Latest Odisha News

ପୁରୀରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ପୁରୀ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଆଜି ସଦଭାବନା ସଭାଗୃହ ପରିସରରେ ପାଳିତ ହୋଇଯାଇଛି । ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁୂ ଗଣମାଧ୍ୟମ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ଆଲୋକପାତ କରିଥିଲେ । ଉପ ଜିଲ୍ଲାପାଳ ଭବତାରଣ ସାହୁ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ରକୁ ମଜଭୁତ କରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ମାନସ ରଞ୍ଜନ ମହାପାତ୍ର ଗଣମାଧ୍ୟମର ସୃଷ୍ଟି, ପ୍ରେସ କ୍ଲବ ଅଫ ଇଣ୍ଡିଆର ଜନ୍ମ ସମ୍ପର୍କରେ ଆଲୋଚନା କରିବା ସହ ଉତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଉଚିତ ବୋଲି କହିଥିଲେ ।

BjdElectrycity

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର ଓ ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧା ପାଇଁ ଗଣମାଧ୍ୟମ ଭବନ ନିର୍ମାଣ ପାଇଁ ଗୁରୁତ୍ୱ ଦେଇଥିଲେ । ଶେଷରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.