Latest Odisha News

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ ସ୍ଥାନକୁ ଫେରିଯିବାକୁ ବାଧ୍ୟ କରୁଛନ୍ତି ଭାରତୀୟ ସେନା । ଲୋକସଭାରେ ଏମିତି କହି ଭାରତୀୟ ସେନାର ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଛି ଏମିତି ଘଟଣା । ଏହାକୁ ଗୁରୁତ୍ୱର ସହିତ ନେଇ ଜରୁରୀ ବୈଠକ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ । ଏହି ବୈଠକରେ ସାମିଲ ହୋଇଛନ୍ତି ସିଡିଏସ୍ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଓ ତିନି ସେନାମୁଖ୍ୟ ।

ଅନ୍ୟପକ୍ଷେ ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳ ନାନା ପ୍ରଶ୍ନ ଉଠାଇଛନ୍ତି । ୯ତାରିଖରୁ ଘଟଣା ହୋଇଥିଲେ ବି ଆଜି କାହିଁକି ସରକାର କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମନିଷ ତିଓ୍ୱାରୀ ଓ ନାସିର ହୁସେନ । ଏଆଇଏମଆଇଏମ୍ ମୁଖ୍ୟ ଆସାଉଦ୍ଦିନ ଓଓ୍ୱେସୀ ମଧ୍ୟ ଲୋକସଭାରେ ଏନେଇ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି । ଯାହାକୁ ନେଇ ରାଜନାଥ ସିଂ ଲୋକସଭାରେ ବିବୃତ୍ତି ଦେଇଥିଲେ  ।

ଲୋକସଭାରେ ରାଜନାଥ କହିଥିଲେ, ଡିସେମ୍ବର ୯ ତାରିଖରେ ଚୀନ ସେନା ପିଏଲଏ ତୱାଙ୍ଗ ସେକ୍ଟରର ୟାଙ୍ଗତ୍ସେ ଇଲାକାରେ ଏଲଏସିରେ ଆକ୍ରମଣ କରି ସ୍ଥିତିକୁ ଏକତରଫା ବଦଳାଇବାକୁ ଚେଷ୍ଟା କରୁଥିଲେ । ହେଲେ ଆମ ସେନା ଏହାକୁ ଦୃଢତାର ସହ ସାମ୍ନା କରିଥିଲେ । ଦୁଇ ସେନା ମଧ୍ୟରେ ହାତାହାତି  ସ୍ଥିତି ସୃଷ୍ଟି ହୋଇଥିଲା । ଭାରତୀୟ ସେନା ଖୁବ ବାହାଦୁରୀର ସହ ଚୀନ ସେନାକୁ ଅଟକାଇ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ଏହି ଘଟଣାରେ ଉଭୟେ ଭାରତ ଓ ଚୀନର ସୈନ୍ୟ ଆହତ ହୋଇଛନ୍ତି । ତେବେ କୌଣସି ପକ୍ଷର ସୈନ୍ୟ ଗୁରୁତର ହୋଇନାହାନ୍ତି କିମ୍ବା ସହୀଦ ହୋଇ ନାହାନ୍ତି ।

ଏଠି କହିରଖିବୁ, ସାଟେଲାଇଟ ଚିତ୍ରରୁ ଜାଣିବାକୁ ମିଳିଛି, ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗସ୍ଥିତ ୟାଙ୍ଗତ୍ସେ ଅଞ୍ଚଳରେ ୩୦୦ ଚୀନ ସେନା ଭାରତ ସୀମା ଆଡକୁ ମାଡି ଆସିଥିଲେ ।  ଭାରତୀୟ ଯବାନ ସେମାନଙ୍କୁ ଅଟକାଇଥିଲେ । ଦୁଇ ସେନା ହାତାହାତି ପରେ କେତେକ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଚିକିତ୍ସା ପାଇଁ ଗୌହ୍ୱାଟୀକୁ ଅଣାଯାଇଛି । ସାଟେଲାଇଟ୍ ଚିତ୍ରରୁ ଆହୁରି ଦେଖିବାକୁ ମିଳୁଛି ଯେ ଚୀନ ସୈନ୍ୟଙ୍କ ହାତରେ କଣ୍ଟା ଲାଠି ଓ ବାଡ଼ି ରହିଛି । ଚୀନ ସେନା ପଥର ମାଡ଼ ବି କରିଛି । ଏହି ଚିତ୍ରରୁ ଚୀନ ସେହି ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ସ୍ପଷ୍ଟ ଦେଖାଯାଉଛି ।

Leave A Reply

Your email address will not be published.