Latest Odisha News

BREAKING NEWS

ଭାରତ-ଚୀନ୍ ସୀମାରେ ଉତ୍ତେଜନା, କର୍ଣ୍ଣେଲ ଓ ୨ ଯବାନ ସହିଦ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଉତ୍ତେଜନା ଥମିବା ବଦଳରେ ଉଗ୍ର ହେବାରେ ଲାଗିଛି । ଏଲଏସିରେ ଦୁଇ ଦେଶର ସେନା ମଧ୍ୟରେ ଆଜି ସଂଘର୍ଷ ଘଟିଛି । ଲଦାଖର ଗଲୱାନ ଘାଟିରେ ଚୀନ୍ ସେନାକୁ ପଛକୁ ହଟାଇବାକୁ ଚେଷ୍ଟା କରିଥିଲେ ଭାରତୀୟ ସେନା । ଏହି ସମୟରେ ଉଭୟ ସେନା ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଚୀନ୍ ସେନା ଆକ୍ରମଣରେ ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ଜଣେ କର୍ଣ୍ଣେଲ ରହିଥିବା ବେଳେ ଦୁଇ ଜଣ ଯବାନ ଅଛନ୍ତି । ସେହିପରି ଭାରତୀୟ ସେନା ଆକ୍ରମଣରେ ଚୀନ୍‌ର କିଛି ଯବାନ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢିଚାଲିଥିବା ବେଳେ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଛି ।

ଏହାରି ଭିତରେ ଭାରତ ଚୀନ୍ ସୀମା ଅତିକ୍ରମ କରିଥିବା ଚୀନ୍ ଅଭିଯୋଗ କରିଛି । ଚୀନର ବିଦେଶ ମନ୍ତ୍ରାଳୟ କହିଛି, ସୀମାରେ କୌଣସି ପ୍ରକାରର ଗୁଳି ବିନିମୟ ହୋଇନି । ଭାରତ ଏହି ଘଟଣାରେ ଏକତରଫା କାର୍ଯ୍ୟାନୁଷ୍ଠାନ ନନେଉ ।

Leave A Reply

Your email address will not be published.