Latest Odisha News

BREAKING NEWS

ତେଲ ଦର ବଢିଲା, ବସ୍ ଭଡା ବି ବଢିଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି, ବାରମ୍ବାର ତେଲ ଦର ବୃଦ୍ଧି କାରଣରୁ ଅଟୋମେଟିକ ମେକାନିଜିମ୍ ସିଷ୍ଟମ ଅନୁଯାୟୀ ରାଜ୍ୟରେ ଘରୋଇ ବସ୍ ଭଡା ବୃଦ୍ଧି ପାଇଛି ।

ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ତେବେ ଲକଡାଉନ୍ ସମୟରେ ଡିଜେଲ୍ ଦର ପର୍ଯ୍ୟାୟକ୍ରମେ ୬ଟଙ୍କା ୩୭ ପଇସା ବଢିଛି । ତେଣୁ ନିୟମ ଅନୁଯାୟୀ ପ୍ରତ୍ୟେକ ୨ ଟଙ୍କାରେ ବସ୍ କିମି ପ୍ରତି ୧ ପଇସାକୁ ବୃଦ୍ଧି କରାଯାଇଛି ।

ସାଧାରଣ ବସ୍ ଭଡା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ ବସ୍ ଭଡା ୭୦ରୁ ୭୩ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍ ଭଡା ୯୫ରୁ ୧ ଟଙ୍କା ୧ ପଇସା ଓ ଏସି ଡିଲକ୍ସ ବସ୍ ଭଡା ୧ଟଙ୍କା ୧୭ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.