Latest Odisha News

BREAKING NEWS

ଦେଶରେ ଖସୁଛି ଦୈନିକ ସଂକ୍ରମଣ; ୧,୧୪,୪୬୦ ଆକ୍ରାନ୍ତ; ୨,୬୭୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୧,୧୪,୪୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୦୯ ହଜାର ୩୩୯କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୭୭ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୪୬ ହଜାର ୭୫୯ ଜଣଙ୍କ ଜୀବନ ନେଲାଣି କରୋନା।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୮୯,୨୩୨। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୧୪ ଲକ୍ଷ ୭୭ ହଜାର ୭୯୯। ଏପର୍ଯ୍ୟନ୍ତ ଦେଶରେ ୨୩,୧୩, ୨୨,୪୧୭ ଜଣ ଲୋକ କରୋନା ଟିକା ନେଇଛନ୍ତି।

Leave A Reply

Your email address will not be published.