Latest Odisha News

BREAKING NEWS

ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨,୬୮୯; ସୁସ୍ଥ ହାର ୯୭ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସ୍ଥିତି ସୁଧୁରିବାରେ ଲାଗିଛି। ଗୋଟିଏ ପଟେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୯୭ ପ୍ରତିଶତକୁ ଖସି ଆସିଥିବା ବେଳେ ଅନ୍ୟପଟେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ ଏହି ସମୟ ମଧ୍ୟରେ ଦେଶରେ ୧୨,୬୮୯ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ କରୋନାରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ମୋଟ ୧ କୋଟି ୬ ଲକ୍ଷ ୮୯ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେବେ ଏଥିମଧ୍ୟରୁ ୧ କୋଟି ୩ ଲକ୍ଷ ୫୯ ହଜାର ୩୦୫ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଭାରତରେ କରୋନାର ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧ ଲକ୍ଷ ୭୬ ହଜାର ୪୯୮ ଟି ସକ୍ରିୟ କରୋନା ମାମଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର କରୋନାରୁ ମୋଟ ୧ ଲକ୍ଷ ୫୩ ହଜାର ୭୨୪ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.