Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅଭିନେତା ହରମନ ବାୱେଜା-ସାଶା ରାମଚନ୍ଦାନୀ

ମୁମ୍ବାଇ:ବଲିଉଡ ଅଭିନେତା ହରମନ ବାୱେଜା ଓ ହେଲ୍‌ଥ କୋଚ ସାଶା ରାମଚନ୍ଦାନୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରବିବାର ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ହରମନଙ୍କ ଭଉଣୀ ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିବା ସହ ଆମ ପରିବାରକୁ ସ୍ୱାଗତ ବୋଲି ଲେଖିଛନ୍ତି ।

ଫିଲ୍ମମେକର ହ୍ୟାରୀ ବାୱେଜାଙ୍କ ପୁତ୍ର ହରମନ ୨୦୦୮ରେ ଲଭଷ୍ଟୋରୀ ୨୦୫୦ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଭିକ୍ଟ୍ରି, ହ୍ୱାଟସ ୟୋର ରାଶି, ଢ଼ିଶଂକାଉ ପରି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଢ଼ିଶଂକାଉ ପରେ ସେ ଆଉ କୌଣସି ଫିଲ୍ମରେ କାମ କରି ନାହାନ୍ତି । ମଝିରେ ସେ ଏତେ ମୋଟା ହୋଇଯାଇଥିଲେ ଯେ, ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲେ ।

Leave A Reply

Your email address will not be published.