ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ତୃତୀୟ ଦିନରେ ବଡ଼ ସଫଳତା ହାସଲ କରିଛି ଭାରତ। ତୃତୀୟ ଦିନରେ ଏକ କୋଟି ଟିକାକରଣ କରି ଦେଶ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବୁଧବାର ଘୋଷଣା କରିଛନ୍ତି।
ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ତୃତୀୟ ଦିନରେ ଏହି ମାଇଲଖୁଣ୍ଟ ହାସଲ କରିଛି ଦେଶ। ଟିକାକରଣ ପାଇଁ ଯୁବପିଢିଙ୍କ ମଧ୍ୟରେ “ଅତ୍ୟନ୍ତ ଉତ୍ସାହ” ଦେଖିବାକୁ ମିଳିଛି। ଏହାକୁ ପ୍ରଶଂସା କରି ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ଶୀଘ୍ର ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି।
Comments are closed.