Latest Odisha News

ଆଜି ଓଡ଼ିଶାରୁ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପାଖାପାଖି ୧୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୩୯ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୮୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୪୨ । ୧୮ ବର୍ଷରୁ କମ୍ ଆଉ ୩୪୨ ଜଣ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୨୪ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୧୯ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ଶହେ ଭିତରେ ରହିଛି ଦୈନିକ ସଂକ୍ରମଣ । ମାଲକାନଗିରିରେ ୨୪ ଘଣ୍ଟାରେ ମାତ୍ର ଜଣେ ପଜିଟିଭ୍ ବାହାରିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୬ହଜାର ୧୧୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୫୩ହଜାର ୯୧୪ ଆକ୍ରାନ୍ତ । ଏବେ ରାଜ୍ୟରେ ୧୩ହଜାର ୨୮୫ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.