Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା; ଦେଶରେ ୨୦୩୦ ସୁଦ୍ଧା ମିଳିବ ୬ଜି ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । ଦେଶରେ ୨୦୩୦ ସୁଦ୍ଧା ମିଳିବ ୬ଜି ସେବା ।  ୫ଜି ସେବା ଲଞ୍ଚ ହେବାର ମାତ୍ର ୬ ମାସ ପରେ ପୁଣି  ୬ଜି ସେବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଛନ୍ତି ।

ଏହି ଭାରତ୬ଜି ଭିଜିନ ଡକ୍ୟୁମେଣ୍ଟ TIG-6G (Technology Innovation Group) ଦ୍ୱାରା ପ୍ରସ୍ତୁତ କରାଯାଇଛି । ନଭେମ୍ବର ୨୧ରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅନୁଷ୍ଠାନ, ଏକାଡେମି, ଟେଲିକମ ସେବା ଯୋଗାଉଥିବା ସଂସ୍ଥା, ଶିଳ୍ପାନୁଷ୍ଠାନଙ୍କୁ ଏଥିରେ ସାମିଲ କରାଯାଇ ଭାରତରେ ୬ଜି ସେବାର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ଆଇଟି ସେକ୍ଟରରେ ଥିବା ସହଯୋଗିତା ଏବଂ ସହଭାଗିତାକୁ ଆହୁରି ଶକ୍ତିଶାଳୀ କରିବ । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଲାଗି ସରକାର ଏକ ଶୀର୍ଷ ପରିଷଦ ଗଠନ କରିଛନ୍ତି  । ୬ଜି ଦ୍ୱାରା ଦେଶର ଟେକ୍ନୋଲଜିର ଆଧୁନିକୀକରଣ ହେବ  । ୬ଜି ସେବା ଆସିବା ପରେ ରିମୋର୍ଟରେ କାରଖାନା ଚଲାଇବା ସହ, ସେଲ୍ଫ ଡ୍ରାଇଭିଂ କାର ବି ଉପଲବ୍ଧ ହେବ । ବିଶେଷକରି ଚିକିତ୍ସା ବିଜ୍ଞାନରେ ଏହା ବେଶି ଫଳପ୍ରଦ ହେବ । ଜଣେ ଡାକ୍ତର ଯେଉଁଠି ଥିଲେ ବି ରୋବର୍ଟ ସାହାଯ୍ୟରେ ଅସ୍ତ୍ରୋପଚାର ବି କରିପାରିବ । ଏହାବ୍ୟତୀତ ୬ଜି ସେବା ଗବେଷଣା କ୍ଷେତ୍ରରେ ଶିଳ୍ପ, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବେଶ ସହାୟକ ହେବ ।

ମୋଦି ଆହୁରି କହିଥିଲେ, ୪ଜି ବ୍ୟବହାର ପୂର୍ବରୁ ଭାରତ କେବଳ ଟେଲିକମ ଟେକ୍ନୋଲଜିର ଉପଭୋକ୍ତା ଥିଲା ା ହେଲେ ଏବେ ଭାରତ ଏହି ସେବା ଅନ୍ୟକୁ ଯୋଗାଇ ଦେବାରେ ସମର୍ଥ ହୋଇପାରିଛି । ଭାରତ ଖୁବ ଶୀଘ୍ର ୧୦୦ ନୂଆ ୫ଜି ଲାବ ସ୍ଥାପନ କରିବାକୁ ଯାଉଛି । ଯାହା ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଜି ସେବାର ଆହୁରି ବିକାଶ କରିପାରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କଲ ବିଫର ୟୁ ଡିଗ (CBuD) ସେବା ମଧ୍ୟ ଲଞ୍ଚ କରିଥିଲେ । ଏହାଦ୍ୱାରା ଫାଇବର କେବୁଲର ସୁରକ୍ଷା କରାଯାଇ ପାରିବ । ଦେଶରେ ପ୍ରତିବର୍ଷ ଏହା ଦ୍ୱାରା ଦେଶରେ ବାର୍ଷିକ ହେଉଥିବା ୩ ହଜାର କୋଟିର କେବୁଲ କ୍ଷୟ ଜନିତ କ୍ଷତିକୁ ରୋକାଯାଇ ପାରିବ ।

Leave A Reply

Your email address will not be published.