Latest Odisha News

BREAKING NEWS

ଗରିବ ବୋଲି ଲୋକେ ଥଟ୍ଟା କଲେ, ସେଇ ଗରିବି ପାଇଁ ୧୭ ବର୍ଷର ଝିଅ ଏବେ କୋଟିପତି

ନୂଆଦିଲ୍ଲୀ: ୧୭ ବର୍ଷର ଝିଅଟିଏ । ସାଧାରଣ ପରିବାରର । ଷ୍ଟାର ହେବାର ସ୍ପପ୍ନ ବି ତା ଆଖିରେ ଥିଲା । ହେଲେ ଗରିବ ଝିଅର ଏହି ସ୍ୱପ୍ନକୁ ଦେଖି ଲୋକେ ତାକୁ ଥଟ୍ଟା କଲେ । ମଜାକ ଉଡାଇଲେ । ଝିଅଟିର ହୃଦୟ ଭାଙ୍ଗିଗଲା । ଖୁବ କାନ୍ଦିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ତାର ଏହି ଦୁଃଖ, ଭଙ୍ଗା ହୃଦୟର କଥା ତାକୁ ରାତାରାତି ଷ୍ଟାର କରିଦେଲା । ତାର ସ୍ୱପ୍ନକୁ ବାସ୍ତବ ରୂପ ଦେଲା । ଏହା କାହାଣୀ ନୁହେଁ, ୧୭ ବର୍ଷର ଝିଅ ଜୋ ଗେବ୍ରିୟାଲର ଅଙ୍ଗେ ନିଭା କଥା ।

ପୁରା କଥାଟା ଥିଲା ଏମିତି । ଜୋଙ୍କ ବାପା ତାଙ୍କୁ ଦିନେ ଏକ ପର୍ସ ଆଣିଦେଲେ । ୫ ହଜାର ଟଙ୍କାର ଏହି ପର୍ସକୁ ସେ ଲଗ୍ଜୁରୀ ବୋଲି ସୋସିଆଲ ମିଡିଆାରେ କହି ଦେଇଥିଲା ।ଏହି କାରଣରୁ ତାକୁ ଖୁବ ଟ୍ରୋଲ ହେବାକୁ ପଡିଲା । ଏଥିରେ ଜୋ ହତାଶ ହୋଇପଡିଲା । ଖୁବ କାନ୍ଦିଲା । ଏହି କାନ୍ଦିବାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ଆଉ ଏହି ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହୋଇଯାଇଥିଲା । ଏଇ ଗୋଟିଏ ଭିଡିଓ ଜୋର ଭାଗ୍ୟ ବଦଳାଇ ଦେଇଥିଲା ।

ଏହା ପରେ ‘Charles & Keith’  କମ୍ପାନୀ ଜୋଙ୍କ ସହ ସମ୍ପର୍କ ରଖିଲା । ‘Charles & Keith’  ହେଉଛି ସେହି କମ୍ପାନୀ ଯାହାର ୫ହଜାର ଟଙ୍କାର ବ୍ୟାଗକୁ ସେ ନିଜର ପ୍ରଥମ ଲକଜ୍ୟୁରୀ ବ୍ୟାଗ କରିଥିଲା । ଏହି କମ୍ପାନୀ ଏବେ ଜୋଙ୍କୁ ତାର ଆମ୍ବାସଡର କରିଛି । ଏଥିସହିତ ପ୍ରଡକ୍ଟର ପ୍ରମୋଟ ପାଇଁ ତାଙ୍କୁ ମଡେଲ ବି କରିଛି ।

ସିଙ୍ଗାପୁରରେ ରହୁଥିବା ଜୋ କହିଛନ୍ତି, ତାଙ୍କ ପାଇଁ ଏହି ପର୍ସଟି ତାଙ୍କ ପାଇଁ ଲଗ୍ଜୁରୀ କାରଣ ତାଙ୍କ ପରିବାର ପାଖରେ ବେଶି ପଇସା ନାହିଁ । ତାଙ୍କର ପୋଷ୍ଟ ଉପରେ ଜଣେ ୟୁଜର୍ସ ଲେଖିଥିଲେ, ଏ ଝିଅକୁ କିଏ ବୁଝେଇବ ଯେ ଏ ପର୍ସ ଲଗ୍ଜୁରୀ ନୁହେଁ ।

ଜୋ ତାଙ୍କୁ ଜବାବରେ କହିଥିଲେ, ତୁମେ ବଡ ହୋଇଯାଅ । ମୋର ଏତେ ପଇସା ନାହିଁ । ମୋ ପରିବାର ପାଖରେ ବି ଏତେ ପଇସା ନାହିଁ । ଏପରିକି ଆମେ ବ୍ରେଡ ପରି ସାମାନ୍ୟ ଜିନିଷ ମଧ୍ୟ କିଣି ପାରୁନୁ । ସେ ଆହୁରି କହିଥିଲେ, ତୁମେ ତୁମର ପଇସା ପାଇଁ କେତେ ଅଜ୍ଞାନୀ ହୋଇ ଯାଉଛ !’

ଜୋ କହିଛନ୍ତି, ୫ ହଜାର ଟଙ୍କାର ବ୍ୟାଗ ହୁଏତ ଲଗଜ୍ୟୁରୀ ନୁହେଁ । କିନ୍ତୁ ଆମ ପରିବାର ପାଇଁ ଏହା ବହୁତ ବଡ । ମୋ ବାପା ସେତିକି ଅର୍ଥ ସଂଗ୍ରହ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି ।

ତାଙ୍କର ଇମୋଶନାଲ ଭିଡିଓ  ପୋଷ୍ଟ କରାଯିବାର ୨ ମାସ ପରେ Charles & Keith କମ୍ପାନୀ ତାଙ୍କ ସହ ଯୋଗାଯୋଗ କରିଥିଲା । ସେ ଜୋଙ୍କୁ କମ୍ପାନୀର ମଡେଲ ଏବଂ ଆମ୍ବାସଡର ହେବା ପାଇଁ ପ୍ରସ୍ତାବ ଦେଇଥିଲା ଯାହାକୁ ଜୋ ସ୍ୱୀକାର କରିଥିଲେ  । ସେ ପ୍ରାଥମିକ ଭାବେ ତାଙ୍କୁ ଏକ ଭାଉଚର ସହ ଅନେକ ଜିନିଷ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.