Latest Odisha News

BREAKING NEWS

ଗଞ୍ଜାମ ଯିବେ ନବୀନ ! ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମିଶନ ଶକ୍ତି ଗୋଷ୍ଠୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ବାଣ୍ଟିବେ ଚେକ୍ ଓ ପଟ୍ଟା

ଭୁବନେଶ୍ବର : ପୁଣିଥରେ ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପ ସମ୍ଭାର ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଗସ୍ତ ସମୟରେ ଏହି ତିନିଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ ମିଶନ୍ତ ଶକ୍ତି ଗୋଷ୍ଠୀଙ୍କୁ ସହାୟତା ରାଶି ବାବଦ ଚେକ୍‌‌ ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁସାରେ, ନବୀନ ରବିବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର୍ ଯୋଗେ ଯାତ୍ରା ଆରମ୍ଭ କରି ୧୧ଟା ସମୟରେ କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସଭାସ୍ଥଳରେ ଅବତରଣ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଚେକ୍‌‌ ପ୍ରଦାନ ଏବଂ ଭୂମିହୀନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୧୨.୧୦ରେ ହିଞ୍ଜିଳିକାଟୁରେ ପହଞ୍ଚି ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ ସହ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ଓ ମିଶନ୍‌‌ ଶକ୍ତି ଫାର୍ମ ଫ୍ରେଶ୍‌‌ ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ କରିବେ।

ହିଞ୍ଜିଳିକାଟୁରେ ନିଜ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଛତ୍ରପୁର ସଭାସ୍ଥଳ ନିକଟରେ ଅବତରଣ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ କରିବେ। ଏଥିସହ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବେ। ଏହପରେ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର୍ ଯୋଗେ ଛତ୍ରପୁରରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.