Latest Odisha News

BREAKING NEWS

୧୦ ଟଙ୍କାରେ ମାସ୍କ ବିକିବାକୁ କେନ୍ଦ୍ରର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ ଆତଙ୍କ ଲାଗି ରହିଥିବା ବେଳେ ବଜାରରେ ମିଳୁଥିବା ମାସ୍କ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିଛନ୍ତି।

ସୂଚନାନୁଯାୟୀ, ଏବେ ଦୁଇ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କାରେ ବିକ୍ରି ହେବ ଏବଂ ତିନି ଲେୟାର ବିଶିଷ୍ଟ ମାସ୍କର ମୂଲ୍ୟ ୧୦ ଟଙ୍କା ହେବ ବୋଲି କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସୱାନ ସୂଚନା ଦେଇଛନ୍ତି।

ଏନେଇ ଶୁକ୍ରବାର ଦିନ ଏକ ଟୁଇଟରେ ମନ୍ତ୍ରୀ କହିଛନ୍ତି ଯେ ମାସ୍କ ତିଆରି ଲାଗି ବ୍ୟବହୃତ କପଡ଼ାର ମୂଲ୍ୟ ଫେବୃଆରୀ ୧୨ ତାରିଖ ପୂର୍ବରୁ ଯାହାଥିଲା, ତାହାକୁ ଅପରିବର୍ତ୍ତିତ ରଖାଯିବ।ଯାହାଫଳରେ ସାମଗ୍ରୀ ସବୁ ଶସ୍ତା ହେବ। ଅପରପକ୍ଷରେ ଏହାକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.