Latest Odisha News

BREAKING NEWS

ଭାରତରେ ସବୁଠୁ କମ୍ କରୋନା ମୃତ୍ୟୁହାର, ୧୫୬ ଦିନରେ ୫୦ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୪୧ ମୁଣ୍ଡ ନେଇଛି କରୋନା । ମୃତ୍ୟୁସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ସାରା ବିଶ୍ୱ ତୁଳନାରେ ଭାରତରେ କିନ୍ତୁ ମୃତ୍ୟୁହାର କମ୍ ରହିଛି । ୧୮ ଜୁନରେ ଦେଶରେ କରୋନା ମୃତ୍ୟୁହାର ଥିଲା ୩.୩୩ ପ୍ରତିଶତ । ଏବେ ଏହି ସଂଖ୍ୟା ୧.୯୩ ପ୍ରତିଶତକୁ ଖସିଛି ।

ସାରା ବିଶ୍ୱରେ ଭାରତରେ ସବୁଠୁ କମ୍ କରୋନା ମୃତ୍ୟୁହାର ରହିଛି । ଆମେରିକାରେ ୨୩ ଦିନରେ ୫୦ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ବ୍ରାଜିଲରେ ୯୫ ଦିନରେ ଗଡ଼ିଥିଲା ୫୦ ହଜାର ଲୋକଙ୍କ ମୁଣ୍ଡ । କିନ୍ତୁ ଭାରତରେ ୫୦ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ୧୫୬ ଦିନରେ ହୋଇଛି ।

ଅଧିକ ଟେଷ୍ଟିଂ ଯୋଗୁ ଦେଶରେ ସଂକ୍ରମଣକୁ କାବୁ କରାଯାଇ ପାରୁଛି । ୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟିଂ କରାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ହଜାର ୪ ଶହ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ୭ ଲକ୍ଷ ୩୧ ହଜାର ୬୯୭ କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.