Latest Odisha News

BREAKING NEWS

ଫାଟିଲା ଗ୍ୟାସ ସିଲିଣ୍ଡର, ଜଳିଗଲା ୧୦ ବଖରା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଜାଳି ଯାଇଛି ୪ଟି ପରିବାରର ୧୦ ବଖରା ଘର । ସର୍ବସ୍ୱାନ୍ତ ହୋଇଯାଇଛନ୍ତି ୪ ପରିବାର।

ସୂଚନାନୁସାରେ, ରବିବାର ରାତି ୮ଟା ବେଳେ ସ୍ଥାନୀୟ ଅଞ୍ଚଳର ଟାଙ୍କୁଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟିଥିଲା । ନିଆଁ ଘରର ଚାଳକୁ ଧରି ଦେଲା । ଏହି ନିଆଁ ଆଖି ପିଛୁଳାକେ ପାଖ ପଡୋଶୀଙ୍କ ଘରକୁ ବ୍ୟାପି ଗଲା ।

ଚାହୁଁ ଚାହୁଁ ନିମିଶକ ମଧ୍ୟରେ ପୋଡି ପାଉଁଶ ହୋଇଗଲା ୧୦ ବଖରା ଘର । ସର୍ବସ୍ୱନ୍ତ ହୋଇଗଲେ ୪ ଟି ପରିବାରର ଲୋକେ । ଏହି ନିଆଁରେ ସଂପୂର୍ଣ ପୋଡି ଜଳି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଓ ରଣପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.