Latest Odisha News

BREAKING NEWS

ଭାରତୀୟ ବଜାରରେ କବଜା କରିଛି ଏହିସବୁ ଚୀନ ଉତ୍ପାଦ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଭାରତୀୟ ବଜାରରେ କବଜା କରିଥିବା ଚାଇନିଜ ଉତ୍ପାଦକୁ ବହିଷ୍କାର କରିବା ଲାଗି ଦାବି କରିଛନ୍ତି ।

BjdElectrycity

ଜାଣନ୍ତୁ ଭାରତୀୟ ବଜାରରେ କାରବାର କରୁଥିବା ଚୀନ ଉତ୍ପାଦ ସମ୍ପର୍କରେ

ସ୍ମାର୍ଟଫୋନ୍- ଭାରତରେ ବିକ୍ରି ହେଉଥିବା ସ୍ମାର୍ଟଫୋନର ୭୫ ପ୍ରତିଶତ ଚୀନ ଦ୍ୱାରା ନିର୍ମିତ। ୪ ଆସିବା ପରେ ଭାରତୀୟ କମ୍ପାନୀମାନେ ସାମାନ୍ୟ ଦୁର୍ବଳ ହୋଇପଡିଥିଲେ । ଶାଓମୀ, ଭିଭୋ, ଓପୋ ଓ ରିଏଲମି ଭଳି କେତେକ ଚାଇନିଜ୍ ମୋବାଇଲ୍ ଫୋନ୍ ଭାରତୀୟ ବଜାରରେ କବଜା କରିଛନ୍ତି।

ଇଲେକ୍ଟ୍ରୋନିକ୍ସ- ସେମିକଣ୍ଡକ୍ଟର ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଭଳି ଇଲେକ୍ଟ୍ରୋନିକ୍ ଉପାଦାନ ଚାଇନାରୁ ଆସୁଥିବା ବେଳେ ଏହାର ବଜାର ଆକାର ୫,୩୦୦ ବିଲିୟନ ଟଙ୍କା ବୋଲି ଆକଳନ କରାଯାଇଛି।

ଔଷଧ-ଭାରତରେ ୮୦% ରୁ ଅଧିକ ଫାର୍ମାସ୍ୟୁଟିକାଲ୍ ଉପାଦାନ ଚାଇନାରୁ ଆସିଥାଏ ଜ୍ଝ ସେଫାଲୋସ୍ପୋରିନ୍, ଆଜିଥ୍ରୋମାଇସିନ୍ ଏବଂ ପେନସିଲିନ୍ ପରି ଜୀବନ ରକ୍ଷାକାରୀ ଔଷଧ ଭଳି ୯୦ ପ୍ରତିଶତରୁ ଅଧିକ ଔଷଧ ଆମଦାନୀ ହୋଇଥାଏ ।

ଏସି, ରେଫ୍ରିଜରେଟର ଏବଂ ଟେଲିଭିଜନ- ଏସି, ରେଫ୍ରିଜରେଟର ଏବଂ ଟେଲିଭିଜନ ଭଳି ଉତ୍ପାଦର ୪୫ ପ୍ରତିଶତ ସାମଗ୍ରୀ ଚାଇନା ଦ୍ୱାରା ନିର୍ମିତ । ଭାରତୀୟ ସେକ୍ଟର କ୍ଷେତ୍ରରେ ଏହାର ମୂଲ୍ୟ ପ୍ରାୟ ୭୬୩ ବିଲିୟନ ଟଙ୍କା। ଏହାଛଡା ଭାରତୀୟ ବଜାରରେ ଉପଲବ୍ଧ ସ୍ମାର୍ଟ ଟିଭି ଗୁଡିକ ମଧ୍ୟରୁ ୪୫% ମେଡ୍ ଇନ୍ ଚାଇନାର।

ଲେଦର- ଇମ୍ପୋଟେଡ ଚମଡ଼ା ସାମଗ୍ରୀର ୩୮ ପ୍ରତିଶତ ଚାଇନାରୁ ଆମଦାନୀ ହୋଇଥାଏ। ଶିଳ୍ପ ବଜାରରେ ଏହାର ଆକାର ହେଉଛି ୭୮୦ ବିଲିୟନ ଟଙ୍କା।

ପୋଷାକ- ୪୬୦ ନିୟୁତ ଡଲାରର ସିନ୍ଥେଟିକ୍ ସୂତା ଏବଂ ୩୬୦ ମିଲିୟନ୍ ଡଲାରର ସିନ୍ଥେଟିକ୍ କପଡା ଚାଇନାରୁ ଆମଦାନୀ ହୋଇଛି। ଏହାଛଡା ବଟନ୍, ହ୍ୟାଙ୍ଗର୍, ଛୁଞ୍ଚି ଏବଂ ଜିପର୍ ପରି ସାମଗ୍ରୀ ମଧ୍ୟ ଚୀନରୁ ଆମଦାନୀ ହେଉଛି।

Leave A Reply

Your email address will not be published.