Latest Odisha News

BREAKING NEWS

କୋରାପୁଟରେ ୨ ସିଆରପିଏଫ୍ କମାଣ୍ଡୋ କରୋନା ଆକ୍ରାନ୍ତ

ଜୟପୁର: ମାଓବାଦୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମୁତୟନ ହୋଇଥିବା ଦୁଇ ସିଆରପିଏଫ୍ କମାଣ୍ଡୋ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାନୁସାରେ, ଦୁଇ ଆକ୍ରାନ୍ତ ସୁରକ୍ଷା କର୍ମୀ ସୁନାବେଡାର ୨୦୨ କୋବ୍ରା ୟୁନିଟରେ ପୋଷ୍ଟ ହୋଇଥିଲେ । ଏହି ଦୁଇ ଜଣଙ୍କୁ ଜୟପୁର ସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହାପୂର୍ବରୁ କୋରାପୁଟ ଜିଲ୍ଲାରେ ନିୟୋଜିତ ହୋଇଥିବା ମାଓବାଦୀ ବିରୋଧୀ ସୁରକ୍ଷା ବାହିନୀ ମଧ୍ୟରୁ ୬ କରୋନାଭାଇରସ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିଲା।

ଏହା ପରେ ୧୯୨ କୋବ୍ରା କମାଣ୍ଡୋଙ୍କୁ କ୍ୟାମ୍ପ ମଧ୍ୟରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୮ ଯବାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ଗୁରୁବାର ଦିନ ଦୁଇଜଣଙ୍କ ରିପୋର୍ଟ ପଜିଟିଜ ବାହାରିଛି । ଏମାନଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଅନ୍ୟଜଣେ ନିକଟ ଅତୀତରେ କଟକରୁ ଫେରିଥିଲେ ।

Leave A Reply

Your email address will not be published.