Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭୫ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୭ ୱିକେଟ ବିନିମୟରେ ୪୨୧ ରନ କରିଛି । ରବୀନ୍ଦ୍ର ଜାଡେଜା ୮୧ ଓ ଅକ୍ଷର ପଟେଲ ୩୫ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ କେଏସ ଭାରତ ୪୧, କେଏଲ ରାହୁଲ ୮୬ ଓ ଯଶସ୍ୱୀ ଜୈସୱାଲ ୮୦ ରନ କରି ଆଉଟ ହୋଇଥିଲେ । ରାହୁଲ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଟମ ହାର୍ଟଲେ ଓ ଜୋ ରୁଟ ୨ଟି ଲେଖାଁଏ ୱିକେଟ ନେଇଥିବା ବେଳେ ରେହାନ ଅହମ୍ମଦ, ଜ୍ୟାକ ଲୀଚ ଓ ରେହାନ ଅହମ୍ମଦ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ କରି ଅଲଆଉଟ ହୋଇଥିଲେ । ବେନ ଷ୍ଟୋକ୍ସ ୭୦ ରନ କରିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଲେଖାଁଏ ୱିକେଟ ନେଇଥିଲେ । ତୃତୀୟ ଦିବସରେ ଭାରତ ଅଧିକରୁ ଅଧିକ ରନ ସଂଗ୍ରହ କରି ଇଂଲଣ୍ଡକୁ ଚାପରେ ରଖିବାକୁ ଚାହିଁବେ ।

Leave A Reply

Your email address will not be published.