Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ T20 ସିରିଜରେ ରିଷଭ ପନ୍ଥ ଉପ-ଅଧିନାୟକ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ହେଲେ ରିଷଭ ପନ୍ଥ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ସିରିଜ । କୋଲକାତାରେ ପ୍ରଥମ ମ୍ୟାାଚ୍ ଖେଳାଯିବ ।

ଦିନିକିଆ ସିରିଜ ଖେଳିବା ବେଳେ ଲୋକେଶ ରାହୁଲ ଆହତ ହୋଇଛନ୍ତି । ଏଥିପାଇଁ ସେ ଟି-ଟ୍ୱେଣ୍ଟି ଖେଳିବେ ନାହିଁ । ପୂର୍ବରୁ ରିଷଭ ପନ୍ଥ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଛନ୍ତି । ଟିମ୍ ଇଣ୍ଡିଆର ନିୟମିତ ୱିକେଟ ରକ୍ଷକ ଅଛନ୍ତି ରିଷଭ ପନ୍ଥ । ରୋହିତ, ଲୋକେଶ ରାହୁଲଙ୍କ ପରେ ତାଙ୍କୁ ଅଧିକ ଦାୟିତ୍ୱ ଦେବାକୁ ଲକ୍ଷ୍ୟ ରଖିଛି ଚୟନ କମିଟି ।

Comments are closed, but trackbacks and pingbacks are open.