Latest Odisha News

BREAKING NEWS

କରୋନା ଅପ୍‌ଡେଟ୍; ୫% ତଳକୁ ଖସିଲା ସାପ୍ତାହିକ ସକ୍ରିୟ ହାର, ଦିନକରେ ୫,୮୭୪ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦୈନିକ କରୋନା ସଂକ୍ରମଣରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୫,୮୭୪ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଫଳରେ ଦେଶରେ କରୋନା ସକ୍ରିୟ ସଂଖ୍ୟା ୫ ପ୍ରତିଶତ ତଳକୁ ଖସିଆସିଛି। ବର୍ତ୍ତମାନ ମୋଟ୍ ସକ୍ରିୟ ମାମଲା ୫୦ ହଜାର ତଳକୁ ଖସି ୪୯,୦୧୫ ହୋଇଛି।

ସେହିପରି ଆଜି ମୃତ୍ୟୁ ସଂଖ୍ୟାରେ ବି ହ୍ରାସ ଦେଖିବାକୁ ମିଳିଛି। ଦିନକରେ ୨୫  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ କେରଳରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ପୁନଃ ଗଣନାରୁ ଜଣାପଡ଼ିଛି। ନୂଆ ସଂକ୍ରମଣ ପରେ ଦୈନିକ ସକ୍ରିୟ ହାର ୩.୩୧ ପ୍ରତିଶତ ହୋଇଥିବା ବେଳେ ସାପ୍ତାହିକ ସକ୍ରିୟ ହାର ୫ ପ୍ରତିଶତ ତଳକୁ ଖସି ୪.୨୫ ପ୍ରତିଶତ ହୋଇଛି।

ସେହିପରି ଗତ ୨୪ ଘଣ୍ଟାରେ ୮,୧୪୮ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୪,୪୩,୬୪,୮୪୧ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇଲେ ଦେଶରେ ବର୍ତ୍ତମାନ ସମୁବଦାୟ ଆକ୍ରନ୍ତର ସୁସ୍ଥ ହାର ୯୮.୭୧ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି।

Leave A Reply

Your email address will not be published.