Latest Odisha News

BREAKING NEWS

ମସ୍କଙ୍କ ଆଉ ଏକ ଝଟକା: ଟ୍ବିଟରରେ ନ୍ୟୁଜ ପଢ଼ିଲେ ଦେବାକୁ ହେବ ଟଙ୍କା, ମେ’ରୁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ବିଟର ୟୁଜର୍ସଙ୍କୁ ଏଲୋନ୍ ମସ୍କ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ବ୍ଲୁ ଟିକ୍ ପାଇଁ ଟଙ୍କା ଆଦାୟ କରୁଥିବା ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟରରେ ଖବର ପଢିବାକୁ ହେଲେ ଟଙ୍କା ନେବେ। ଶନିବାର ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି। ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ସମୟରେ ୟୁଜର୍ସଙ୍କୁ ଖବର ପଢିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। ଏହି ଦେୟ ସଂପୃକ୍ତ ଖବର ବା ନ୍ଯୁଜ ଆର୍ଟିକିଲ୍ ଆଧାରରେ ରହିବ।

ଟ୍ବିଟରର ଏହି ନୂଆ ନିୟମ ମେ’୧ ରୁ ପ୍ରଯୁଜ୍ୟ ହେବ। ଯେଉଁ ଗଣମାଧ୍ୟମ ସଂସ୍ଥା ଟ୍ବିଟରରେ ଖବର ସେୟାର କରୁଛନ୍ତି ତାଙ୍କୁ ଏହି ନୂଆ ଯୋଜନା ବଡ ଲାଭ ଦେବ ବୋଲି ମସ୍କ କହିଛନ୍ତି। ସେ ଶନିବାର କହିଥିଲେ ଯେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ବର୍ତ୍ତମାନ ମିଡିଆ ପ୍ରକାଶକମାନଙ୍କୁ ପ୍ରତି ଆର୍ଟିକିଲ ଆଧାରରେ ଫି ଆଦାୟ କରିବାକୁ ଅନୁମତି ଦେବ।

ନୂଆ ନିୟମ ଅନୁଯାୟୀ, ଯେଉଁ ୟୁଜର୍ସମାନେ ମାସିକ ସବସ୍କ୍ରିପସନ୍ ନେଉନାହାଁନ୍ତି, ସେମାନଙ୍କୁ ଖବର ପଢିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ମସ୍କ କହିଛନ୍ତି ଯେ ଏହି ନିୟମ ଅନେକ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆୟର ଉତ୍ସ ହେବ ଏବଂ ଅନ୍ୟ ପଟେ ଟ୍ବିଟରରେ ଗଣମାଧ୍ୟମ ସଂସ୍ଥା ଭଲ କଣ୍ଟେଣ୍ଟ ପ୍ରକାଶ କରିବେ ବୋଲି ସେ ଆଶା ରଖିଛନ୍ତି। ଏହାଦ୍ୱାରା ଏକ ପ୍ରତିଯୋଗିତା ବଢ଼ିବ ବୋଲି ସେ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ୱିଟର ଏବେ ଗୋଲଡେନ୍ ଟିକ୍ ପାଇଁ ମାସ୍କ ମାସିକ ଚାର୍ଜ କରୁଛି ଏବଂ ବର୍ତ୍ତମାନ ଆସନ୍ତା ମେରୁ ଖବର ପଢ଼ିବାକୁ ନେବ ଟଙ୍କା। ମସ୍କ କହିଛନ୍ତି ଯେ ଯେଉଁମାନେ ମାସିକ ସବସ୍କ୍ରିପସନ୍ ନେବାକୁ ଚାହୁଁନାହାଁନ୍ତି କିନ୍ତୁ ବେଳେବେଳେ ଖବର ପଢିବାକୁ ଚାହାଁନ୍ତି, ସେମାନେ ପ୍ରତି ଆର୍ଟିକିଲ ପିଛା ଦେୟ ଦେବେ।

Leave A Reply

Your email address will not be published.