Latest Odisha News

ଏସିଆ କପ ହକି: ଜାପାନଠାରୁ ହାରିଲା ଭାରତ

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଏସିଆ କପ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ପୁଲ ଏର ଚତୁର୍ଥ ମ୍ୟାଚରେ ଜାପାନ ୫-୨ରେ ଭାରତକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିମାନେ ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାପାନକୁ ଅଟକାଇବାରେ ସଫଳ ହୋଇପାରି ନ ଥିଲେ । ଏହି ପରାଜୟ ଯୋଗୁ ଭାରତ ତୃତୀୟ ସ୍ଥାନକୁ ଖସି ଆସିଛି । ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା ।

BjdElectrycity

ଜାପାନ ୨ ବିଜୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ମ୍ୟାଚ ଡ୍ର ରଖିବା ପରେ ପାକିସ୍ତାନ ୧୩-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ଇଣ୍ଡୋନେସିଆ ଏବେ ଚତୁର୍ଥ ସ୍ଥାନରେ ରହିଛି । ପୁଲ ବିରେ ମାଲେସିଆ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ଦକ୍ଷିଣ କୋରିଆ, ବାଂଲାଦେଶ ଓ ଓମାନ ଯଥାକ୍ରମେ ୨ୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି ।

Leave A Reply

Your email address will not be published.