Latest Odisha News

BREAKING NEWS

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି ଟିକା ମିଳିବ ବୋଲି ଜଣାପଡିଛି ।

କରୋନା ମୁକାବିଲା ପାଇଁ ବିଶ୍ୱର ସବୁଠୁ ବଡ ସଂସ୍ଥା ସିରମ୍ ଇନ୍‌ଷ୍ଟିଚ୍ୟୁଟ ଟିକା ଉତ୍ପାଦନରେ ଲାଗିଛି । ଯଦି ସବୁ କିଛି ଠିକ୍ ରୁହେ ତେବେ ଡିସେମ୍ବର ଶେଷ ସୁଦ୍ଧା ଭାରତକୁ ଆଷ୍ଟ୍ରାଜେନେକାର ୧୦ କୋଟି ଟିକା ମିଳିବ । ଏଥିପାଇଁ ଜୋର୍‌ସୋରରେ ଚାଲିଛି ପ୍ରସ୍ତୁତି । ଏନେଇ ସିରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓ ୍ରଆଦର ପୁନାୱାଲା ସୂଚନା ଦେଇଛନ୍ତି ।

ଅଷ୍ଟ୍ରାଜେନେକାର କୋଭିଡ଼ ଟିକା ଭାଇରାସରୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏହାର ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସରିମ୍ ଚୁକ୍ତିବଦ୍ଧ ହୋଇଛି । ସିରମ୍ ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ତିଆରି କରିବ ତାହା ପ୍ରଥମେ ଭାରତରେ ଉପଲବ୍ଧ ହେବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ଏହି ଟିକା ବର୍ତ୍ତମାନ ଦେଶରେ ୩ ପର୍ଯ୍ୟାୟ ପରୀକ୍ଷଣ ହେଉଛି ।

Leave A Reply

Your email address will not be published.