Latest Odisha News

BREAKING NEWS

ଥମୁନି କରୋନା ମୃତ୍ୟୁ, ରାଜ୍ୟରେ ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂଖ୍ୟା ହେଲେ କମୁନି କରୋନା ମୃତ୍ୟୁ । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ ପହଂଚିଛି ।

ଆଜି ସୁନ୍ଦରଗଡ ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏ କରୋନାରେ ଆଖି ବୁଜିଥିବାବେଳେ ବରଗଡରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ସମ୍ବଲପୁରରୁ ୩ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।

Leave A Reply

Your email address will not be published.