Latest Odisha News

BREAKING NEWS

ଏସିଆନ ଗେମ୍ସ: ଭାରତୀୟ କ୍ରିକେଟ ଦଳ କ୍ୱାର୍ଟର ଫାଇନାଲରୁ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏସିଆନ ଗେମ୍ସ ୨୦୨୬ରେ କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବ । ଉଭୟ ପୁରୁଷ ଓ ମହିଳା ଟିମ ସିଧାସଳଖ ନକଆଉଟରେ ପ୍ରବେଶ କରିଛନ୍ତି । ଜାପାନର ନାଗୋୟାରେ ହେବାକୁ ଥିବା ଏସିଆନ ଗେମ୍ସରେ କ୍ରିକେଟର ଟି୨୦ ଫର୍ମାଟକୁ ସାମିଲ କରାଯାଇଛି । ୨୪ ସେପ୍ଟମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ କ୍ରିକେଟ ମୁକାବିଲା ଆୟୋଜିତ ହେବ । ଓଭରାଲ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଭାରତ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଆଫଗାନିସ୍ତାନ, ହଂକଂ, ଜାପାନ, ମାଲେସିଆ, ନେପାଳ ଓ ଓମାନ ଟିମ ପ୍ରିଲିମିନରୀ ରାଉଣ୍ଡରୁ ଅଭିଯାନ ଆରମ୍ଭ କରିବେ । ଏହା ମଧ୍ୟରୁ ୪ଟି ଟିମ କ୍ୱାର୍ଟରକୁ ଉନ୍ନୀତ ହେବେ । ମହିଳା କ୍ରିକେଟରେ ୮ଟି ଟିମ ଅଂଶଗ୍ରହଣ କରିବେ । କ୍ୱାର୍ଟରଫାଇନାଲରୁ ସିଧାସଳଖ ଅଭିଯାନ ଆରମ୍ଭ ହେବ । ଭାରତ ପ୍ରଥମ ମ୍ୟାଚରେ ଆୟୋଜକ ଜାପାନକୁ ଭେଟିବ । ୨୦୨୩ ଏସିଆନ ଗେମ୍ସରେ ଭାରତ ୨ଟି ଯାକ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

Leave A Reply

Your email address will not be published.