Latest Odisha News

BREAKING NEWS

ଆଜି ପୁଣି ଭାରତ-ପାକିସ୍ତାନ ଲଢ଼େଇ

ଆଜି ପୁଣି ଭାରତ –ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହରାଇଥିଲେ ମଧ୍ୟ ଆଜି ଏସିଆ କପରେ  ଭାରତକୁ କଡା ଟକ୍କର ଦେଇପାରେ ପାକିସ୍ତାନ ।

ଆଜିର ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅପେକ୍ଷାରେ ଅଛନ୍ତି। ଏହି ମ୍ୟାଚରେ ଯିଏ ଜିତିବ ତାର ଫାଇନାଲକୁ ଯିବା ଆଶା ଅଧିକ ରହିବ ।   ଏସିଆକପରେ ପାକିସ୍ତାନକୁ ପ୍ରଥମ ମ୍ୟାଚରେ ବେଶ ରୋମାଂଚକର ଭାବେ ହରାଇଥିଲା  ଟିମ୍ ଇଣ୍ଡିଆ।

ଆଜିର ମ୍ୟାଚରେ ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ପନ୍ଥ,  ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଉପରେ ଚାପ ରହିବ । ଏ ସମସ୍ତ ଖେଳାଳି ପାକିସ୍ତାନକୁ ହରାଇବାରେ ବଡ଼ ଭୂମିକା ଗ୍ରହଣ କରିବେ । ତେବେ ପାକିସ୍ତାନର ଖେଳାଳିମାନେ ମଧ୍ୟ ଆଜିର ମ୍ୟାଚକୁ ଜିତିବାକୁ ପରିଶ୍ରମ କରିବେ ବୋଲି କହିଛନ୍ତି । ସଂଧ୍ୟାରେ ମ୍ୟାଚ ଖେଳାଯିବ । ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ଖେଳିପାରନ୍ତି ।

Leave A Reply

Your email address will not be published.