Latest Odisha News

BREAKING NEWS

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା କେସ୍ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଏବେ ଦୈନିକ ସଂକ୍ରମଣ ପାଖାପାଖି ୩ଲକ୍ଷରୁ ୨ ଲକ୍ଷକୁ ଖସିଲାଣି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ମୁହାଁ ହେଲାଣି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ଲକ୍ଷ ୯ହଜାର ୯ହଜାର ୯୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ୧୦ ପ୍ରତିଶତ କମ୍ । ଏହି ସମୟରେ କରୋନା ନେଇଛି ଆଉ ୯୫୯ ଜୀବନ ।

ଦେଶରେ ପଜିଟିଭ୍ ହାର ୧୫.୭ ପ୍ରତିଶତରୁ ୧୪.୫ ପ୍ରତିଶତରୁ ହ୍ରାସ ପାଇଛି । ଏବେ ଦେଶରେ ୧୮ଲକ୍ଷ ୩୧ହଜାର ୨୬୮ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ୪.୪୩ ପ୍ରତିଶତ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୬୨ହଜାର ୬୨୮ ଆକ୍ରାନ୍ତ । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଛି ।

Comments are closed, but trackbacks and pingbacks are open.