Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ପୁରୀ ଯାଇ ଶ୍ରୀସେତୁ ନିକଟ ଭେଣ୍ଡିଙ୍ଗ ଜୋନ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମଙ୍ଗ ଠାରେ ନୂତନ କରି ହୋଇଥିବା ପାର୍କିଂ ବ୍ୟବସ୍ଥା ର ଅନୁଧ୍ୟାନ ସହ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସୁଥିବା ସମସ୍ତ ଗାଡ଼ି ସମଙ୍ଗ ଠାରେ ହୋଇଥିବା ନୂତନ ପାର୍କିଂ ଠାରେ ପାର୍କିଂ କରାଯିବ ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଶୌଚାଳୟ ଓ ବିଶ୍ରାମଗାରର ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ଜାନୁଆରୀ ୧୨ ତାରିଖ ରେ ଶ୍ରୀ ସେତୁ ର ତୋରଣ ଲୋକାର୍ପିତ ହେବ । ଅନ୍ୟପଟରେ ଜଗନ୍ନାଥ ଦର୍ଶନ ପାଇଁ ନୂତନ କରି ପ୍ରସ୍ତୁତ ଏସି ସେଡ୍ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ସଂଲଗ୍ନ ସାହି ରାସ୍ତା ଗୁଡ଼ିକ ବନ୍ଦ ରହିଥିବାରୁ ସାହି ବାସିନ୍ଦା ମାନଙ୍କର ଅସନ୍ତୋଷ ରହିଛି ।

ତେଣୁ ଏ ବାବଦରେ ଏକ ଜିଲ୍ଲା ପ୍ରଶାସନ ଓ ଓବିସିସି ଅଧିକାରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଆସନ୍ତାକାଲି ଠାରୁ ପ୍ରତି ପଞ୍ଚାୟତରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ଭକ୍ତଙ୍କ ଠାରୁ ସଂଗୃହିତ ଗୁଆ, ଚାଉଳ ଗୁଡ଼ିକୁ ଯଜ୍ଞ କାର୍ଯ୍ୟରେ ବ୍ୟବହୃତ କରାଯିବ ।

Leave A Reply

Your email address will not be published.