Latest Odisha News

BREAKING NEWS

୪୦ ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦୈନିକ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ତ ହେଉଛନ୍ତି ଅଧିକ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ ହଜାର ୩୬ ହଜାର ୪୬୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯କୁ ବୃଦ୍ଧି ପାଇଛି ।

ମୃତ୍ୟୁସଂଖ୍ୟା ବି ଏବେ ପାଞ୍ଚ ଶହର କମ୍ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୪୮୮ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏଯାଏ ଦେଶରେ କରୋନା ନେଲାଣି ୧ ଲକ୍ଷ ୧୯ ହଜାର ୫୦୨ ଜୀବନ । ମୃତ୍ୟୁହାର ରହିଛି ୧.୫୦%।

ସୁସ୍ଥ ହାର କ୍ରମାଗତ ଭାବରେ ବଢ଼ି ଚାଲିଛି । ୯୦ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହେଲେଣି । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୬୩ ହଜାର ୮୪୨ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୭୨ ଲକ୍ଷ ୧ ହଜାର ୭୦କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ କ୍ରମାଗତ ଖସୁଛି । ବର୍ତ୍ତମାନ ସାରା ଦେଶରେ ୬ ଲକ୍ଷ ୨୫ ହଜାର ୮୫୭ ଆକ୍ଟିଭ କେସ ରହିଛି ।

Leave A Reply

Your email address will not be published.