Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪ ଲକ୍ଷ ୨୭ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ୱାଶିଂଟନ୍: ସାରା ବିଶ୍ୱରେ କରୋନା ମହାମାରୀର ସଂଖ୍ୟା ୪.୩୭ କୋଟିରୁ ଅଧିକ ହୋଇଥିବାବେଳେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୬୪ ହଜାର ଅତିକ୍ରମ କରିଛି। ୮୯ ଲକ୍ଷ ୬୨ ହଜାର ୭୮୩ ମାମଲା ଏବଂ ୨ ଲକ୍ଷ ୩୭ ହଜାର ୪୫ ମୃତ୍ୟୁ ସହିତ ଆମେରିକା ସଂକ୍ରମଣ ମାମଲାରେ ସବୁଠୁ ଆଗରେ ରହିଛି।

ୱାର୍ଲଡ ମିଟର ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪ ଲକ୍ଷ ୨୭ ହଜାର ୯୩୨ଟି କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୮ ହଜାର ୪୮୯ ଜଣଙ୍କର ମୃତ୍ୟୁ ହୋଇଛି। ମୋଟାମୋଟି ଭାବେ ସାରା ବିଶ୍ୱରେ ୪ କୋଟି ୩୭ ଲକ୍ଷ ୭୪ ହଜାର ୮୨୦ଟି କରୋନା ମାମଲା ରୁଜୁ ହୋଇଛି। ଏଥିସହ ମୋଟ ୧୧ ଲକ୍ଷ ୬୪ ହଜାର ୪୮୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟି ୨୧ ଲକ୍ଷ ୭୮ ହଜାର ୧୭୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.