Latest Odisha News

BREAKING NEWS

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ ହୋଇଥିଲେ ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ ।

ସଂକ୍ରମଣ ବଢ଼ିଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା କମିଛି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୧୦୦୮ ସଂକ୍ରମିତଙ୍କ ଜୀବନ । ଗତକାଲି କରୋନାରେ ୧୭ଶହ ୩୩ ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ ।

ଦେଶରେ ପଜିଟିଭ୍ ହାର ରହିଛି ୧୦.୯୯ ପ୍ରତିଶତ । ଗତକାଲି ଦୈନିକ ସଂକ୍ରମଣ ହାର ଥିଲା ୯.୨୬ ପ୍ରତିଶତ । ଏବେ ସାପ୍ତାହିକ ପଜିଟିଭ୍ ହାର ୧୨.୯୮ ପ୍ରତିଶତ ରହିଛି । ଏବେ ଦେଶରେ ୧୫ଲକ୍ଷ ୩୩ ହଜାର ୯୨୧ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.