Latest Odisha News

BREAKING NEWS

ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ଆକ୍ରାନ୍ତ, ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରୁ ହାରାହାରି ୩୩ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିସିୟୋର୍ ଷ୍ଟଡି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟରେ ଓମିସିୟୋର କିଟର ହାରାହାରି ୩୧ହଜାର ୬୬୬ ଜଣଙ୍କର ସାମ୍ପୁଲ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ଶହ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା । ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ୍ ଆକ୍ରାନ୍ତ ଥିଲେ । ହାରାହାରି ୩୩ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଓମି କ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନମ ସିକ୍ୟୁନସିଂ ଡାଟା ଏବଂ ଓମିସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡିବ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି । ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି ।

ସେହିପରି ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ହାଇକୋର୍ଟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ପଦକ୍ଷେପ ନେବେ । ବର୍ତ୍ତମାନ ଡେଲ୍‌ଟା ଉପସ୍ଥିତି ରହିଥିବାରୁ ମୃତ୍ୟୁସଂଖ୍ୟା ବଢୁଛି । ଡେଲ୍‌ଟା ଆଧିପତ୍ୟ ବିସ୍ତାର କରି ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed, but trackbacks and pingbacks are open.