ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ୧୩ ହଜାର ୨୯୮ ଜଣ ସୁସ୍ଥ ହୋଇଛନ୍ତି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣର ୧୫ ହଜାରରୁ କମ୍ ମାମଲା ମିଳିଛି ।
India reports 13,203 new #COVID19 cases, 13,298 discharges and 131 deaths in last 24 hours, as per Union Health Ministry
Total cases: 1,06,67,736
Active cases: 1,84,182
Total discharges: 1,03,30,084
Death toll: 1,53,470Total vaccinated: 16,15,504 pic.twitter.com/zI1T3JKx2O
— ANI (@ANI) January 25, 2021
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମଣର ମୋଟ ମାମଲା ବୃଦ୍ଧି ପାଇ ୧ କୋଟି ୬ ଲକ୍ଷ ୬୭ ହଜାର ୭୩୬ରେ ପହଞ୍ଚିଛି । ପ୍ରାୟ ୧ ଲକ୍ଷ ୫୩ ହଜାର ୪୭୦ ଜଣଙ୍କ ଜୀବନ ଯାଇଥିବାବେଳେ ୧ କୋଟି ୩ ଲକ୍ଷ ୩୦ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ରହିଛି ।
ଅନ୍ୟପଟେ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କରୋନା ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ ଏବେ ଯାଏ ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷ ୧୫ ହଜାର ୫୦୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୩ ହଜାର ୩୦୩ ଜଣ ଲୋକଙ୍କୁ ଦିଆଯାଇଛି ଭ୍ୟାକ୍ସିନ୍ । ଭ୍ୟାକ୍ସିନ୍ ଦେବା ପରେ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ, ଏସବୁ ମୃତ୍ୟୁର କାରଣ କୋଭିଡ୍ ଟିକା ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
Comments are closed.