Latest Odisha News

BREAKING NEWS

ଦେଶ ସ୍ୱାଧୀନ ହେବା ପରେ ଚଳିତ ବର୍ଷ ପ୍ରଥମ ଥର ବଜେଟ ହେବ ପେପରଲେସ୍‌

ନୁଆଦିଲ୍ଲୀ:ଫେବ୍ରୁଆର ୧ରେ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ତେବେ ସବୁ ଥରଠୁ ଚଳିତ ବର୍ଷର ବଜେଟ୍ କିଛିଟା ଭିନ୍ନ ରହିଛି । କାରଣ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବଜେଟ୍ ପେପରଲେସ୍ ହେବାକୁ ଯାଉଛି । ମାନେ ବଜଟ୍ ଆସିବ, କିନ୍ତୁ ବିନା କାଗଜରେ । ମହାମାରୀ କରୋନା ପାଇଁ ପ୍ରଥମଥର କେନ୍ଦ୍ରୀୟ ବଜେଟ୍ ମୁଦ୍ରିତ ହେବ ନାହିଁ ।
ସାଂସଦମାନଙ୍କୁ ସଫ୍ଟ କପି ଦିଆଯିବ । ତେଣୁ ବଜେଟ୍ ପାଇଁ ନାଁ ଦେଖିବାକୁ ମିଳିବ ବହି ଖାତା ନା ସୁଟ୍‌କେସ୍ ।

ପ୍ରତିବର୍ଷ କେନ୍ଦ୍ରୀୟ ବଜେଟ୍ ଅର୍ଥ ମନ୍ତ୍ରାଳୟର ନିଜସ୍ୱ ମୁଦ୍ରଣାଳୟରେ ୧୦୦ କର୍ମଚାରୀଙ୍କୁ ନେଇ ମୁଦ୍ରିତ ହୋଇଥାଏ । ଯେଉଁଠି ୧୦ ଦିନ ପାଇଁ ଶତାଧିକ କର୍ମଚାରୀ ଏକାଠି ବଜେଟ୍ ମୁଦ୍ରଣ, ସିଲ୍ ଓ ବିତରଣରେ ସାମିଲ୍ ଥାଆନ୍ତି । ଏକାଠି ଏତେ ଲୋକ ଗୋଟିଏ ସ୍ଥାନରେ ଭିଡ ହେଉଥିବାରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟ୍ ମୁଦ୍ରଣକୁ ସ୍ଥଗିତ ରଖାଯାଇଛି । ସ୍ୱାଧୀନତା ପରେ କୌଣସି ବଜେଟ୍ ପେପରଲେସ୍ ହୋଇ ନ ଥିବା ବେଳେ ଚଳିତ ବର୍ଷ ଏହା ପ୍ରଥମ ଥର ହେବାକୁ ଯାଉଛି ।

Leave A Reply

Your email address will not be published.