Latest Odisha News

BREAKING NEWS

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

 ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ କାଲି ଭୋଟ ଗ୍ରହଣ ହେବ । ୪ ହଜାର ୩୭୩ବୁଥରେ ମୋଟ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ଅପରାହ୍ନ ୫ ଟା ଯାଏଁ ଭୋଟ ଗ୍ରହଣ ହେବ ।

ନିର୍ବାଚନ ପକ୍ରିୟାରେ ୨୨ଟି ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିବ । ଏହି ଇଭିଏମ୍ ମଧ୍ୟରୁ ଗୋଟିଏ କାଉନସିଲର ଓ ଅନ୍ୟଟି ମେୟର ବା ଅଧ୍ୟକ୍ଷଙ୍କ ପାଇଁ ରହିବ । ସମସ୍ତ ସହରାଞ୍ଚଳରେ ଗୋଟାଏ ଲେଖାଏଁ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ ବୁଥ ରହିବ । ପ୍ରତି ମହାନଗର ନିଗମରେ ୫ଟି ଲେଖାଏଁ ପିଙ୍କ୍ ଓ ମଡେଲ ବୁଥ ରହିବ । ସମସ୍ତ ବୁଥ ଗୁଡିକରେ ବ୍ୟାପକ ସଂଖ୍ୟାରେ ପୋଲିସ ମୃତୟନ କରାଯାଇଛି ।

ରାଜ୍ୟରେ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ ।ଏବଂ ୩ଶହଟି ମୋବାଇଲ ପାର୍ଟି ନିୟୋଜିତ ହେବ । ସେହିପରି ବୁଧବାର ସନ୍ଧ୍ୟା ସୁଦ୍ଧା ଇଭିଏମ୍ ଏବଂ ପୋଲିଂ କର୍ମଚାରୀ ସମସ୍ତ ବୁଥରେ ପହଁଞ୍ଚିବେ ସେନେଇ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.