Latest Odisha News

BREAKING NEWS

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଚିନ୍ତାଗୁରୁହୁ ଗାଁର ସତୀଶ ବାବୁ । ତାଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ୨୦ରୁ ଅଧିକ ମାଓବାଦୀ ଆସି ଘରୁ ଡାକି ନେଇଥିଲେ ।

ଚିନ୍ତାଗୁରୁ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ମାଓବାଦୀ । ଏକ ଚିଠିରେ ଉଲ୍ଲେଖ କରିଥିଲୋ ଯେ, ସତୀଶ ବାବୁଙ୍କୁ ପୁଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରାଯାଇଛି । କରୁକୋଣ୍ଡାଦଲମ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି ।

Leave A Reply

Your email address will not be published.