Latest Odisha News

BREAKING NEWS

ଦେଶରେ ଆଜି କରୋନା ନେଲା ୭୮ ଜୀବନ, ଦେଢ଼ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଶହେ ତଳକୁ ଖସିଛି ଡେଥ୍ କେସ୍ । ସାରା ଦେଶରୁ ୭୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାମାରୀ ନେଲାଣି ୧ଲକ୍ଷ ୫୪ହଜାର ୯୯୬ ଜୀବନ ।

ଗତ ୨୪ ଘଣ୍ଟାରେ ଦେଶରେ ଅଧିକ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା କମ୍ ରହିଛି । ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୯ ନୂଆ ଆକ୍ରାନ୍ତ । ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୧୧ହଜାର ୮୦୫ ସଂକ୍ରମିତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୨୬ହଜାର ୩୬୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁଦ୍ଧ ହୋଇଛନ୍ତି ୧କୋଟି ୫ଲକ୍ଷ ୨୨ହଜାର ୬୦୧ ଆକ୍ରାନ୍ତ । ଦେଶରେ ୯୭.୧୯% ରହିଛି ସୁସ୍ଥହାର । ଏବେ ୧ଲକ୍ଷ ୪୮ହଜାର ୭୬୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.