Latest Odisha News

ନିର୍ବାଚନ ପୂର୍ବରୁ ଉଷ୍ଣ ହେଉଛି ରାଜନୀତି; ପଶ୍ଚିମବଙ୍ଗ ଆସିବେ ମୋଦି, ରହିବେନି ମମତା

କୋଲକାତା: ପଶ୍ଚିମବଙ୍ଗରେ ଉଷ୍ଣ ହେଉଛି ରାଜନୀତିକ ପାଣିପାଗ । ଟିଏମସିକୁ ଚେକ୍ ଦେବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ୍ । ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବିଜେପିର ୨ ଶୀର୍ଷ ନେତା, ତିନି ତିନୋଟି ସଭା । ଘାଇଲା ହେଲେଣି ମମତା । ପଶ୍ଚିମବଙ୍ଗରୁ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ବିକାଶର ପେଡ଼ି ନେଇ ଆସୁଛନ୍ତି । ୧୫ ଦିନ ମଧ୍ୟରେ ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ଗସ୍ତକୁ ନେଇ ରାଜ୍ୟ ରାଜନୀତିର ତାପମାତ୍ରା ଢ଼େର୍ ବଢ଼ିଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଆସାମରେ କେତେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ପଶ୍ଚିମବଙ୍ଗର ହଳଦିଆ ପହଞ୍ଚିବେ । ସେଠାରେ ମୋଦି ଏକ ଜନସଭାକୁ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭା ହେବ । ଏଥିରେ ପ୍ରାୟ ୨ ଲକ୍ଷ ଲୋକ ଯୋଗଦେବେ ବୋଲି କୁହାଯାଉଛି ।

ଏଥିସହ ପଢ଼ନ୍ତୁ- ନିର୍ବାଚନ ପୂର୍ବରୁ ଉନ୍ମୋଚନ, ଶିଳାନ୍ୟାସ; ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗର ହଳଦିଆରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଉଥିବା ଥିବା କାର୍ଯ୍ୟକ୍ରମ ସରକାରୀ । ପ୍ରୋଟୋକଲ୍ ଅନୁସାରେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସୂତ୍ର ଅନୁସାରେ, ମମତା ବାନାର୍ଜୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନାହିଁ ବୋଲି ପିଏମଓକୁ ଜଣାଇ ଦିଆଯାଇଛି । ତେବେ କାହିଁକି ମୋଦିଙ୍କ ସହ ଗୋଟିଏ ମଞ୍ଚରେ ବସିବାକୁ ଚାହୁଁନାହାନ୍ତି ମମତା ?

୧୫ ଦିନ ତଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ କୋଲକାତା ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉକ୍ତ କାର୍ଯ୍ୟକ୍ରମରେ ପିଏମ୍ ମୋଦିଙ୍କ ସହ ମମତା ବାନାର୍ଜୀ ଉପସ୍ଥିତ ଥିଲେ । ୨୩ ଜାନୁଆରୀରେ ଭିକ୍ଟୋରିଆ ହଲରେ ହୋଇଥିବା କାର୍ଯ୍ୟକ୍ରମରେ ମମତା ଅଭିଭାଷଣ ଦେବା ପୂର୍ବରୁ ଜୟ ଶ୍ରୀରାମ ନାରା ଦେଇଥିଲେ କିଛି ଲୋକ । ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହେବା ସହ ଭାଷଣ ଦେବାକୁ ମନା କରିଦେଇଥିଲେ । ସେହି କାରଣରୁ ମମତା, ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.