Latest Odisha News

BREAKING NEWS

ଦେଶରେ ୪ ଲକ୍ଷ ତଳକୁ ଖସୁନି ଦୈନିକ ସଂକ୍ରମଣ, ୪ ହଜାର ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସୁନି । ସେହିପରି ଦ୍ୱିତୀୟ ଦିନରେ ମହାମାରୀରେ ୪ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୩ହଜାର ୭୩୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୪ହଜାର ୯୨ ଜୀବନ । ଗତ ଶନିବାର ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ୪ଲକ୍ଷ ୧୪ହଜାର ପାର କରିଥିଲା । ତାପରେ ତିନି ଦିନ ସାମାନ୍ୟ ହ୍ରାସ ପାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୨୨ଲକ୍ଷ ୯୬ହଜାରକୁ ବୃଦ୍ଧି ପାଇଛି । ମୋଟ୍ ୨ଲକ୍ଷ ୪୨ହଜାର ୩୬୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସଂକ୍ରମଣ ସହ ସୁସ୍ଥ ହାର ବି ବଢୁଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୩ଲକ୍ଷ ୮୬ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୧କୋଟି ୮୩ଲକ୍ଷ ୧୭ହଜାର ଆରୋଗ୍ୟ ଲାବ କଲେଣି । ଏବେ ଦେଶରେ ୩୭ଲକ୍ଷ ୩୬ହଜାର ୬୪୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.