Latest Odisha News

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଆଂଟିଗୁଆ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ଫେବୃୟାରୀ ୧ରେ ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଇଂଲଣ୍ଡ । ସେହିପରି ୨ରେ ହେବାକୁ ଥିବା ଦ୍ୱିତୀୟ ସେମିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩୭.୧ ଓଭରରେ ୧୧୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ଭାରତ ୩୦.୫ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଙ୍କକ୍ରିଶ ରଘୁବଂଶୀ ସର୍ବାଧିକ ୪୪ ରନ କରିଥିଲେ ।

Comments are closed, but trackbacks and pingbacks are open.