Latest Odisha News

ବିଧ୍ୱଂସୀ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଜି ସଫଳତାର ସହ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ୟ୍ୟାୟକୁ ପରୀକ୍ଷଣ କରିଛି । ସକାଳ ୬ଟା ୪୫ ମିନିଟରେରେ ରାଜସ୍ଥାନର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଗ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଊଜଊଙ ବିକଶିତ କରିଛି । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଏହାକୁ ନିକ୍ଷେପ କରାଯାଇପାରିବ । ଏହାର ଲକ୍ଷ୍ୟଧେବ କ୍ଷମତା ରହିଛି ୪.୭ କିଲୋମିଟର ।

ଗତ ଦେଢ଼ ମାସ ଭିତରେ ଊଜଊଙ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ପରୀକ୍ଷା କିମ୍ବା ସିଷ୍ଟମ ପରୀକ୍ଷା କରିଛି । ଯାହା କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତର ଯୁଦ୍ଧ ଆବଶ୍ୟକତା ପୂରଣ କରେ । କ୍ଷେପଣାସ୍ତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଓ ସେନା ପାଇଁ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି ଡିଆରଡିଓ ।

Leave A Reply

Your email address will not be published.