Latest Odisha News

BREAKING NEWS

ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକ୍ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ଭାରତ । ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନା କରାଯାଇଛି ।

BjdElectrycity

ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟରୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଇଛି । ଗତ ୧୩ ତାରିଖରେ ବିଭିନ୍ନ ସେକ୍ଟର ଉପରେ ପାକିସ୍ତାନ ପଟରୁ ହୋଇଥିବା ଅସ୍ତ୍ରବିରତି ନେଇ ଭାରତ କଡ଼ା ବିରୋଧ କରିଛି ।

ଶାନ୍ତି ବଜାୟ ରଖିବା ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ସମ୍ପର୍କରେ ପାକିସ୍ତାନକୁ ମନେ ପକାଇ ଦେଇଛି ଭାରତ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ସୀମାରେ ସାଧାରଣ ନାଗରିକଙ୍କୁ ପାକ୍ ସେନା ଟାର୍ଗେଟ କରୁଛି । ନିକଟରେ ଗୁଳିମାଡ଼ରେ ଚାରି ଜଣ ନାଗରିକଙଙ୍କ ମୃତ୍ୟୁ ହୋଇଥିଲା । ୧୯ ଜଣ ଆହତ ହୋଇଥିଲେ । ପାକ୍ ସେନାର ଏଭଳି କାମକୁ ଲଗାତର ନିନ୍ଦା କରି ଆସୁଛି ଭାରତ ।

Leave A Reply

Your email address will not be published.