Latest Odisha News

BREAKING NEWS

ଭାରତ-ଚୀନ ସଂଘର୍ଷ : ରୁଷିଆଠାରୁ ୩୩ ଫାଇଟର ଜେଟ କିଣିବ ଭାରତ

ନୂଆଦିଲ୍ଲୀ : ଚୀନ ସହିତ ବିବାଦ ବଢ଼ିବା ପରେ ଭାରତ ସାମରିକ ଶକ୍ତି ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଇତି ମଧ୍ୟରେ ରୁଷିଆଠାରୁ ଭାରତ ୩୩ ଫାଇଟର ଜେଟ କିଣିବା ପାଇଁ ନିଷ୍ପତି ନେଇଛି । ୧୨ଟି ସୁଖୋଇ ଓ ୨୧ଟି ମିଗ-୨୯ କିଣିବା ପାଇଁ ଭାରତୀୟ ବାୟୁସେନା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏଗୁଡ଼ିକ ଭାରତୀୟ ବାୟୁସେନାର ଥିବା ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସହାୟକ ହେବ । ପ୍ରାୟ ୫ ହଜାର କୋଟିର ଏହି ପ୍ରସ୍ତାବକୁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି ।

ଆସନ୍ତା ସପ୍ତାହରେ ମନ୍ତ୍ରାଳୟ ଏ ସଂପର୍କରେ ନିଷ୍ପତ୍ତି ନେବ । ୨୦୧୬ରେ ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ ଖରିଦ ଚୁକ୍ତି ପରେ ଏହା ହେଉଛି ୨ୟ ବୃହତ ବିମାନ ଖରିଦ ଚୁକ୍ତି । ଆସନ୍ତା ଜୁଲାଇ ମାସରେ ଭାରତରେ ରାଫେଲ ବିମାନ ପହଞ୍ଚିବ । ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ ।

Leave A Reply

Your email address will not be published.