ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା । ଏଥିଲାଗି ରାଜିନାମା ବା ବିବୃତି ଜାରି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି । କେବଳ ଏତିକି ନୁହେଁ ପରିବେଶ ମନ୍ତ୍ରାଳୟ ଆହୁରି କହିଛି ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା ପଠାଯିବାର ପରେ ଆସନ୍ତା ମାସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଉ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ।
ଏହାଛଡ଼ା ଚିତାସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି। ସୂଚନା ଅନୁଯାୟୀ , ଦିନେ ଭାରତ ଥିଲା ଏସୀୟ ଚିତାଙ୍କ ଚରାଭୂଇଁ। ବାସସ୍ଥାନ କ୍ଷୟ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା।
ଦେଶରେ ସାବଧାନତା ସହକାରେ ଚୟନ କରାଯାଇଥିବା ସ୍ଥାନକୁ ଚିତାର ଉପପ୍ରଜାତି ଆଫ୍ରିକୀୟ ଚିତା ଆଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଇ ପାରେ ବୋଲି ସୁପ୍ରିମ୍ କୋର୍ଟରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା।
Comments are closed.