Latest Odisha News

BREAKING NEWS

ଭାରତକୁ ମିଳିବ ଆମେରିକାର ସାଂଘାତିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ମିସାଇଲ୍: ଜାଣନ୍ତୁ ଏହାର ପ୍ରଯୁକ୍ତି ଓ ଯୁଦ୍ଧ କ୍ଷମତା

ଭୁବନେଶ୍ୱର : ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଭାରତୀୟ ସେନା ଆମେରିକାର ଅତ୍ୟାଧୁନିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ ପାଇବାକୁ ଯାଉଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଏହି ଚୁକ୍ତି ସ୍ୱାକ୍ଷର ବିଷୟରେ ନିଶ୍ଚିତ କରିଛନ୍ତି।

ମିସାଇଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଥରେ ଟାର୍ଗେଟ୍ ଲକ୍ କରି ନିକ୍ଷେପ କରିବା ପରେ ସୈନିକଙ୍କୁ ଆଉ ଏହାକୁ ନିୟନ୍ତ୍ରଣ କରିବାକୁ ପଡ଼ିନଥାଏ। ମିସାଇଲ୍ ସାଧାରଣତଃ ଯୁଦ୍ଧ ଟ୍ୟାଙ୍କଗୁଡ଼ିକର ଆଗ ପାଶ୍ୱର୍ ଅଧିକ ସୁରକ୍ଷିତ ଥାଏ, କିନ୍ତୁ ଉପରିଭାଗ ଦୁର୍ବଳ ଥାଏ। ଜାଭେଲିନ୍ ଉପରକୁ ଉଠି ସିଧାସଳଖ ଟ୍ୟାଙ୍କର ଉପରିଭାଗରେ ଆକ୍ରମଣ କରି ତାହାକୁ ନଷ୍ଟ କରିଦିଏ। ଲକ୍ଷ୍ୟଭ୍ରଷ୍ଟ ନହୋଇ ଶତ୍ରୁର ଟ୍ୟାଙ୍କକୁ ଧ୍ୱଂସ କରିଥାଏ।ଏହାକୁ ଜଣେ ମାତ୍ର ସୈନିକ ନିଜ କାନ୍ଧରେ ରଖି ଚଳାଇପାରିବେ। ଏହାର ଓଜନ ପ୍ରାୟ ୧୫.୫ କିଲୋଗ୍ରାମ।

ଦିନ ହେଉ କି ରାତି, କିମ୍ବା ଧୂଆଁମୟ ପରିବେଶ— ସବୁ ପରିସ୍ଥିତିରେ ଏହା ଶତ୍ରୁର ତାପମାତ୍ରା ଚିହ୍ନଟ କରି ସଠିକ୍ ଆକ୍ରମଣ କରିପାରେ।

Comments are closed.