Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଆଜି ଭାରତ-ହଂକଂ ମ୍ୟାଚ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ପାଇଁ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଦକ୍ଷତା ପରଖିବାକୁ ପାଇଁ ଏକ ବଡ ସୁଯୋଗ ।

ଅନ୍ୟପକ୍ଷରେ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍ ବୁଧବାର ଦିନ ଭାରତର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ହଂକଂ ବିପକ୍ଷ ମ୍ୟାଚର ଗୁରୁତ୍ୱ ସର୍ବାଧିକ ରହିଛି ।

ଏଥିସହିତ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଶକ୍ତିଶାଳୀ ଥିବାରୁ ଏହି ମ୍ୟାଚକୁ ଜିତି ଭାରତ ଏସିଆ କପରେ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ।

ତେବେ ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି ।

ସବୁଠାରୁ ଖୁସିର କଥା ହେଲା ଆଜି ଭାରତୀୟ ଟିମ ହଂକଂକୁ ଭେଟୁଥିବା ବେଳେ ହଂକଂ ଦଳର ନେତୃତ୍ୱ ନେଉଛନ୍ତି ଜଣେ ଓଡିଆ ପୁଅ । ଏହି ଓଡିଆ ପୁଅ ଜଣଙ୍କ ହେଉଛନ୍ତି ଅଂଶୁମାନ ରଥ, ଯିଏକି ହଂକଂ କ୍ରିକେଟରେ ଜଣେ ସେଲେବ୍ରିଟି କ୍ରିକେଟର । ଅଂଶୁମାନଙ୍କ ପିତାମାତା ପ୍ରାୟ ୯୦ ଦଶକରୁ ହଂକଂରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଛନ୍ତି ।

Leave A Reply

Your email address will not be published.