Latest Odisha News

BREAKING NEWS

ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ଭୁବନେଶ୍ୱର : ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ସୂଚନା ଅନୁଯାୟୀ କଟକ ପ୍ରେସ ଛକରେ ବୋମା ଫିଙ୍ଗା ଘଟଣା ଏବଂ ତାରିଣୀ ଗଡରେ ଫାୟରିଂ ଘଟଣାରେ ମହିମାଙ୍କ ସଂପୃକ୍ତି ନେଇ ଅଭିଯୋଗ ଥିଲା ।

ତେବେ ଏହି ଦୁଇଟି ଅପରାଧିକ ମାମଲାରେ ୨୦୧୮ ଜୁଲାଇ ୧୬ରେ ହାଇକୋର୍ଟ ମହିମାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ପରବର୍ତ୍ତି ସମୟରେ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା ।

ଅନ୍ୟପକ୍ଷରେ ଜଷ୍ଟିସ ଅଭୟ ମନୋହର ସାପ୍ରୋ ଓ ୟୁୟୁ ଲଲିତଙ୍କ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନର ଶୁଣାଣୀ କରି ମହିମାଙ୍କ ଜାମିନକୁ ଖାରଜ କରିଛନ୍ତି ।

Leave A Reply

Your email address will not be published.