Latest Odisha News

BREAKING NEWS

ଆଜି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମଞ୍ଚେଷ୍ଟର : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଙ୍ଗଳବାର ଦିନ ମୁହାଁମୁହିଁ ହେଉଛନ୍ତି । ମଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫେଡ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ବିଶ୍ୱକପର ୧ମ ସେମିଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛି ।

ଏହି ଷ୍ଟାଡିୟମରେ ୨ଥର ବିଜୟ ହୋଇଥିବା ଭାରତ ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିବାକୁ ଲଢେଇ କରିବ ଏବଂ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ଲାଗି ଫାଇନାଲ ଟିକେଟ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ ।

ସେହିପରି ନ୍ୟୁଜିଲାଣ୍ଡର ପେସ୍ ବାହିନୀ ଓ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟିଂ ଶକ୍ତିଶାଳୀ ହୋଇଥିବାରୁ ମ୍ୟାଚଟି ରୋମାଞ୍ଚପୂର୍ଣ୍ଣ ହୋଇପାରେ ।

ସୂଚନାଯୋଗ୍ୟ, ଚଳିତ ଆଇସିସି ବିଶ୍ୱକପର ଲିଗ୍ ମ୍ୟାଚ୍ ସମାପ୍ତ ହେବାପରେ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ସ୍ଥାନ ହାସଲ କରିଛି ଭାରତ । ପ୍ରଥମସ୍ଥାନ ହାସଲ କରିଥିବା ଭାରତ ୪ର୍ଥ ସ୍ଥାନ ହାସଲ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମ ସେମିଫାଇନାଲରେ ଭେଟୁଛି । ସେହିପରି ଆସନ୍ତା ୧୧ ତାରିଖରେ ୨ୟ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ୩ୟ ସ୍ଥାନ ହାସଲ କରିଥିବା ଆୟୋଜକ ଇଂଲଣ୍ଡ ଦଳକୁ ଭେଟିବ ।

Leave A Reply

Your email address will not be published.