Latest Odisha News

BREAKING NEWS

ଏମର୍ଜିଂ ଏସିଆ କପ ହାତେଇଲେ ଭାରତୀୟ ମହିଳା କ୍ରିକେଟ ଟିମ

ହଂକଂ: ହଂକଂରେ ଅନୁଷ୍ଠିତ ଏମର୍ଜିଂ ଏସିଆ କପ କ୍ରିକେଟ (୨୩ ବର୍ଷରୁ କମ)ରେ ଭାରତ ଚାମ୍ପିୟନ ହୋଇଛି । ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୩୧ ରନରେ ବାଂଲାଦେଶକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା । ବିନ୍ଦ୍ରା ଦୀନେଶ ସର୍ବାଧକ ୩୬ ରନ କରିଥିଲେ । ସେ ୨୯ ବଲରେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ । ଶେଷ ଭାଗରେ କନିକା ଆହୁଜା ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ୩୦ ରନ ସଂଗ୍ରହ କରିଥିଲେ । ଜବାବରେ ବାଂଲାଦେଶ ୧୨୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୨ ଓଭରରେ ୯୬ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଭାରତୀୟ ସ୍ପିନର ଶ୍ରେୟଙ୍କା ପାଟିଲ ଓ ମନ୍ନତ କଶ୍ୟପଙ୍କ ଚମତ୍କାର ବୋଲିଂର ଜବାବ ବାଂଲାଦେଶ ପାଖରେ ନ ଥିଲା । ଉଭୟ ୭ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ବାଂଲାଦେଶର ୩ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରିଥିଲେ । ନିକଟରେ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ମନୋବଳ ଉଚ୍ଚରେ ରହିଥିଲା । କନିକା ପ୍ଲେୟାର ଅଫ ଦି ମ୍ୟାଚ ଓ ଶ୍ରେୟଙ୍କା ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.