Latest Odisha News

BREAKING NEWS

୮୦୦ ବର୍ଷ ପୁରୁଣା ପୋଖରୀ: ଯାହା ଗ୍ରାମକୁ ଦିଏ ଅମ୍ଳଜାନ

ରାଜସ୍ଥାନ: ପୂର୍ବ ସମୟରେ ଜଳ ସଂଗ୍ରହ ଉତ୍ସ ଭାବେ ପୋଖରୀ, କୂଅ ଆଦି ନିର୍ମାଣ କରାଯାଉଥିଲା, ଯାହା ଦ୍ୱାରା ବର୍ଷା ଜଳ ନଷ୍ଟ ନ ହୋଇ ସଂରକ୍ଷିତ ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଯେପରି ସ୍ଥାନୀୟ ବାସିନ୍ଦା ଜଳ ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିଲାଗି ବିଭିନ୍ନ ଉତ୍ସ ତିଆରି କରାଯାଉଥିଲା । ଆଜି ଆମେ ଏପରି ଏକ ପୋଖରୀ ବିଷୟରେ କହିବାକୁ ଯାଉଛୁ ଯାହା ଶୁଦ୍ଧ ଜଳ ଯୋଗାଇବା ସହ ଅମ୍ଳଜାନ ଦେଉଥିବା ନେଇ ବେଶ୍ ଜଣାଶୁଣା ।

ରାଜସ୍ଥାନର ଜୋରୱରପୁରା ଗ୍ରାମରେ ରହିଛି ଜିରାଭାଣ୍ଡି ପୋଖରୀ । ଏହା ଏପରି ଏକ ପୋଖରୀ ଯାହା ଆଜି ପର୍ଯ୍ୟନ୍ତ କେବେ ଶୁଖିନାହିଁ । ଏହି ପୋଖରୀଟି ୮୦୦ ବର୍ଷ ପୁରୁଣା । ଏହା ଖିନଭସର ଠାକୁରଙ୍କ ଦ୍ୱାରା ଖନନ ହୋଇଥିଲା । ଏହି ପୋଖରୀଟି ବିଶୁଦ୍ଧ ଜଳ ଏବଂ ପାଞ୍ଚ ପ୍ରକାରର ବତକ ପାଇଁ ଜଣାଶୁଣା । ପୋଖରୀର ଗଭୀରତା ପ୍ରାୟ ୪୦ ଫୁଟ । ଏହି ପୋଖରୀଟି ଜିରାଭାଣ୍ଡି ନାମରେ ଜଣାଶୁଣା ।

ଏହି ପୋଖରୀଟିର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏଥିରେ ପାଞ୍ଚ ପ୍ରକାରର ବତକ ଛଡ଼ାଯାଇଛି । ସେମାନଙ୍କ ରଙ୍ଗ ବି ଭିନ୍ନ ଭିନ୍ନ । ସବୁଠୁ ବଡ଼ କଥା, ଏହି ପୋଖରୀକୁ ଗାଁର ଅମ୍ଳଜାନ ହବ୍ ଭାବରେ ମଧ୍ୟ ବିବେଚନା କରାଯାଏ । କାରଣ ଏହି ପୋଖରୀ ଚାରିପାଖରେ ହଜାର ହଜାର ଗଛ ଲଗାଯାଇଛି, ଯାହା ପରିବେଶକୁ ଶୁଦ୍ଧ କରିବା ପାଇଁ କାମ କରେ ।

Leave A Reply

Your email address will not be published.